- Health, Recent

ଜାଣନ୍ତୁ ସୂର୍ଯ୍ୟମୁଖୀ ମଞ୍ଜିର ଚମତ୍କାରୀ ଫାଇଦା !!

Spread the love

ଜାଣନ୍ତୁ ସୂର୍ଯ୍ୟମୁଖୀ ମଞ୍ଜିର ଚମତ୍କାରୀ ଫାଇଦା…

ସୂର୍ଯ୍ୟମୁଖୀ ମଞ୍ଜିରେ ଥିବା ପୋଷଣ ସମ୍ବନ୍ଧୀୟ ଗୁଣ ଯୋଗୁଁ ଏହା ସ୍ୱାସ୍ଥ୍ୟ ପାଇଁ ଖୁବ୍ ଫାଇଦା ହୋଇଥାଏ । ମଞ୍ଜିରେ ଆବଶ୍ୟକୀୟ ଫ୍ୟାଟି ଏସିଡ୍, ଭିଟାମିନ୍ ଏବଂ ମିନେରାଲସ୍ ଥାଏ, ଯାହା ଶରୀର ପାଇଁ ବହୁତ ମହତ୍ୱପୂର୍ଣ୍ଣ ହୋଇଥାଏ । ସେଥିପାଇଁ ଏହାକୁ ଯେକୌଣସି ଉପାୟରେ ଖାଦ୍ୟରେ ସାମିଲ କରିବା ଜରୁରୀ ।

– ଭଜା କିମ୍ବା ଲୁଣିଆ ସୂର୍ଯ୍ୟମୁଖୀ ମଞ୍ଜିକୁ ସ୍ୱାସ୍ଥ୍ୟକର ସ୍ନାକ୍ସ ଭାବେ ଗଣାଯାଏ । ପୌଷ୍ଟକତା ବଢାଇବାରେ ଏହାକୁ ଆପଣ ଭୋଜନରେ ସାମିଲ କରିପାରିବେ ।

– ସୂର୍ଯ୍ୟମୁଖୀ ମଞ୍ଜିକୁ ମୁଖ୍ୟ ଖାଦ୍ୟ ପ୍ରସ୍ତୁତ କରିବାରେ ବ୍ୟବହାର କରିପାରିବେ, ଯେପରିକି ଚିକେନ୍ ତରକାରୀ,ମିକ୍ସ ଭେଜିଟେବୁଲ ରେ ଆପଣ ପକେଇ ପାରିବେ ।

ଏହାବ୍ୟତୀତ ଆପଣ ସାଲାଡ, ପାସ୍ତାରେ ସ୍ୱାଦ ବଢାଇବା ପାଇଁ ଏହାକୁ ବ୍ୟବହାର କରିପାରିବେ ।

– ଏହି ମଞ୍ଜିକୁ ଆପଣ ଯେକୌଣସି ସଫ୍ଟ ଡିସ୍ ପ୍ରସ୍ତୁତ କରିବାରେ ବ୍ୟବହାର କରିପାରିବେ ।

– ସୂର୍ଯ୍ୟମୁଖୀ ମଞ୍ଜିର ଗୁଣ୍ଡକୁ କେକ୍ , ମଫିନ ଏବଂ ବ୍ରେଡ ବ୍ୟାଟରରେ ମଧ୍ୟ ମିଶାଇ ପାରିବେ । ଏହା ପୌଷ୍ଟକତା ବଢାଇଥାଏ ।

– ସୂର୍ଯ୍ୟମୁଖୀ ମଞ୍ଜିରେ ବଟର ତିଆରି କରିବାକୁ ହେଲେ ସୂର୍ଯ୍ୟମୁଖୀ ମଞ୍ଜି, ଲୁଣ ଏବଂ ଖୀର ମିଶାନ୍ତୁ । ଏହାକୁ ଅଧିକ କ୍ରିମି ବନାଇବାକୁ ହେଲେ ଏଥିରେ ସୂର୍ଯ୍ୟମୁଖୀ ତେଲ ମଧ୍ୟ ବ୍ୟବହାର କରିପାରିବେ । ଏହା ଖୀର ଏବଂ ପିନଟ୍ ବଟରର ବିକଳ୍ପ ହୋଇଥାଏ ।

ସେୟାର କରି ଅନ୍ୟମାନଙ୍କୁ ଜଣାନ୍ତୁ…

About city connector

Read All Posts By city connector

Leave a Reply

Your email address will not be published. Required fields are marked *