- Educations, Lifestyle, Recent

ଜାଣନ୍ତୁ ଶ୍ରୀମନ୍ଦିରର ୯ଟି ରହସ୍ୟ ସମ୍ପର୍କରେ..ଯାହା ଆପଣଙ୍କୁ କରିବ ଚକିତ…

Spread the love

ଜାଣନ୍ତୁ ଶ୍ରୀମନ୍ଦିରର ୯ଟି ରହସ୍ୟ ସମ୍ପର୍କରେ..ଯାହା ଆପଣଙ୍କୁ କରିବ ଚକିତ..

ଶ୍ରୀମନ୍ଦିର ସମ୍ପର୍କରେ ରହିଛି ଅନେକ ରହସ୍ୟମୟ ତଥ୍ୟ।ସାଧାରଣ ଲୋକଟିଏ ଏହି ରହସ୍ୟ ଭେଦିବା ତ ଦୁରର କଥା,ବୈଜ୍ଞାନିକ ମାନେ ମଧ୍ୟ ଏହି ରହସ୍ୟର ଗୁମର ଫିଟେଇ ପାରି ନାହାନ୍ତି।ଆସନ୍ତୁ ଜୀଣିବା ଶ୍ରୀମନ୍ଦିରର ୯ଟି ରହସ୍ୟ ସମ୍ପର୍କରେ।

ପ୍ରଥମ ରହସ୍ୟ

ପ୍ରକୃତିର ନିୟମ ଅନୁଯାୟୀ ସବୁ ଜିନିଷ ପବନର ଗତି ଯେଉଁ ଦିଗକୁ ଥାଏ,ସେହିଦିଗକୁ ଉଡିଥାଏ।ମାତ୍ର ପତିତପାବନ ବାନା ପବନ ଗତିର ବିପରୀତ ଦିଗରେ ଉଡେ।


ଦ୍ବୀତିୟ ରହସ୍ୟ

ଦିନ କିମ୍ବା ରାତି କେତେବେଳେ ପକ୍ଷୀ ଶ୍ରୀମନ୍ଦିର ଉପରେ ଉଡିବାର ନଜିର ନାହିଁ।ଯାହାକି ଆଶ୍ଚର୍ଯ୍ୟ କରେ।

ତୃତୀୟ ରହସ୍ୟ

ପୁରୀର ଯେକୌଣସି ସ୍ଥାନରେ ନୀଳଚକ୍ର ଆଡକୁ ମୁହଁକରି ଠିଆହେଲେ ଏହା ଆପଣଙ୍କ ଆଡକୁ ମୁହଁ କରିଥିବା ଭଳି ଦେଖାଯାଏ।


ଚତୁର୍ଥ ରହସ୍ୟ

ମନ୍ଦିରର ମୁଖ୍ୟଦ୍ବାର ଯାହାକୁ ସିଂହଦ୍ବାର କୁହାଯାଅ।ଯେତେବେଳେ ଆପଣ ସିଂହଦ୍ବାର ଭିତରକୁ ପ୍ରବେଶ କରିବେ,ସେତେବେଳେ ସମୁଦ୍ରର ଗର୍ଜନ ଶୁଣାଯିବ ନାହିଁ।କିନ୍ତୁ ପୁରୀର ଅନ୍ୟ ଯାଗାରେ ଠିଆହେଲେ ଆପଣ ସମୁଦ୍ରର ଗର୍ଜନ ଶୁଣିପାରିବେ।


ପଞ୍ଚମ ରହସ୍ୟ

ପୁରୀ ମନ୍ଦିରରେ ବର୍ଷସାରା ଗୋଟିଏ ପରିମାଣର ରୋଷେଇ କରାଯାଇଥାଏ।କେବେ ବି ଏହି ମହାପ୍ରସାଦ ବଳେ ନାହିଁ କି ନିଅଣ୍ଟ ହୁଏନାହିଁ।ଚାହେଁ ହଜାରେ ଅଥବା ଲକ୍ଷାଧିକ ସଂଖ୍ୟାରେ ଲୋକ ଆସନ୍ତୁ।


ଷଷ୍ଠ ରହସ୍ୟ

ରୋଷ ଶାଳରେ ପ୍ରସାଦ ତିଆରି କରିବା ପାଇଁ ୭ଟି ମାଟିର ପାତ୍ରକୁ ଗୋଟିଏ ଉପରେ ଗୋଟେ ରଖି ଗୋଟିଏ ଚୁଲିରେ ବସାଯାଇଥାଏ।ସବୁଠୁ ଆଶ୍ଚର୍ଯ୍ୟ କଥା,ଉପରେ ଥିବା ପାତ୍ରର ଖାଦ୍ୟ ସର୍ବପ୍ରଥମେ ପ୍ରସ୍ତୁତ ହୋଇଥାଏ।ତାପରେ ଉପରରୁ ତଳଯାଏଁ ଗୋଟିଏ ପରେ ଗୋଟିଏ କରି ପ୍ରସ୍ତୁତ ହୋଇଥାଏ।

ସପ୍ତମ ରହସ୍ୟ

ସିହଂଦ୍ବାର ସାମ୍ନାରେ ଥିବା ୩୪ଫୁଟ ଉଚ୍ଚତା ବିଶିଷ୍ଟ ଅରୁଣ ସ୍ତମ୍ଭର ଛାଇ ଦିନ ସମୟରେ ଅଦୃଶ୍ୟ ରହିଥାଏ।


ଅଷ୍ଟମ ରହସ୍ୟ

କିଛିବର୍ଷ ପୁର୍ବେ ଶ୍ରୀମନ୍ଦିରରୁ ଏକ ବଡ ପଥର ଖସିପଡିଥିଲା।ଅନୁମାନ କରାଯାଏ ଏହାର ଓଜନ ୧୦ରୁ୧୫ ଟନ୍ ହେବ।ତେବେ ଏହି ପଥରଟି ମନ୍ଦିରର କେଉଁ ସ୍ଥାନରୁ ତାହା ଆଜିବି ରହସ୍ୟମୟ।

ନବମ ରହସ୍ୟ

ଦକ୍ଷିଣଦ୍ବାରର ପୂର୍ବ ବେଢାକୁ ଲାଗିକରି ପଡିଥିବା ବଡ ପଥରଟିକୁ ଆଘାତକଲେ ସେଥିରୁ ସଙ୍ଗୀତର ସ୍ବର ବାହାରୁଥିବା ଜଣାଯାଏ।

About city connector

Read All Posts By city connector

Leave a Reply

Your email address will not be published. Required fields are marked *