- National, Recent

ଜାଣନ୍ତୁ ପଞ୍ଜାବର ଇକୋ ବାବାଙ୍କ ସମ୍ପର୍କରେ…

Spread the love

ଜାଣନ୍ତୁ ପଞ୍ଜାବର ଇକୋ ବାବାଙ୍କ ସମ୍ପର୍କରେ…

ବାବା ବଲବୀର ସିଂ ସୀଚେୱାଲ।ପଞ୍ଜାବର ପ୍ରମୁଖ ପ୍ରମୁଖ ପରିବେଶବିତଙ୍କ ମଧ୍ୟରୁ ଜଣେ।ତାଙ୍କ ଉଦ୍ୟମରେ କିଛିବର୍ଷ ତଳେ ପଞ୍ଜାବର ହୋଶିୟାରପୁର ଜିଲ୍ଲାରେ ପ୍ରାୟ ୧୬୦ କିଲୋମିଟର ପର୍ଯ୍ୟନ୍ତ ପ୍ରବାହିତ ପ୍ରଦୂଷିତ କାଲୀ ବେଇ ନଦୀ ସଫା କରାଯାଇଥିଲା।ଆଉ ଏଥିରେ ପ୍ରମୁଖ ଭୂମିକା ନେଇଥିଲେ ବଲବୀର ସିଂ।


ପ୍ରଥମେ ସେ ଏକା ଏକା ଏକନିଷ୍ଠ ଭାବେ ଆରମ୍ଭ କରିଥିଲେ ଏହି କାର୍ଯ୍ୟ।ପରେ ପରେ ଅନ୍ୟମାନେ ତାଙ୍କ କାମ ପ୍ରତି ଆକର୍ଷିତ ହୋଇ ସହଯୋଗ କରିଥିଲେ ଏବଂ ସଂପୂର୍ଣ୍ଣ ପରିତ୍ୟକ୍ତ ଅବସ୍ଥାରେ ଥିବା ନଦୀର ଉଦ୍ଧାର ସମ୍ଭବ ହୋଇଥିଲା।


୫୬ବର୍ଷୀୟ ବଲବୀର ସିଂ ଜଳନ୍ଧରର ବାସିନ୍ଦା।ଏକ କୃଷକ ପରିବାରରେ ତାଙ୍କର ଜନ୍ମ।ଅଧାରୁ ଉଚ୍ଚଶିକ୍ଷା ପରିତ୍ୟାଗ କରି ସେବାକୁ ସେ ଜୀବନର ବ୍ରତ ଭାବେ ଗ୍ରହଣ କରିଛନ୍ତି।ଏପରିକି ସେ ଦୁଇଦୁଇ ଥର ସରପଞ୍ଚ ମଧ୍ୟ ହୋଇ ସାରିଛନ୍ତି।ଏବେ ସେ ଆଉ ଏକ ପରିତ୍ୟକ୍ତ ଋତୁକାଳୀନ ନାଳ ବୁଢା ନାଲାର ଉଦ୍ଧାର ପାଇଁ ଚଳାଇଛନ୍ତି ଅଭିଯାନ।ସେ ପଞ୍ଜାବରେ ଇକୋ ବାବା ଭାବରେ ପରିଚିତ।ଉଲ୍ଲେଖନୀୟ ସେବା ପାଇଁ ତାଙ୍କୁ ୨୦୧୭ରେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା।

About city connector

Read All Posts By city connector

Leave a Reply

Your email address will not be published. Required fields are marked *