- National, Recent

ଏକ ନିଆରା ପ୍ରେମ କାହାଣୀ..ନିଜ ବିକଳାଙ୍ଗ ପ୍ରେମିକାକୁ ବିବାହ କରିଲା ପ୍ରେମିକ …

Spread the love

ଏକ ନିଆରା ପ୍ରେମ କାହାଣୀ..ନିଜ ବିକଳାଙ୍ଗ ପ୍ରେମିକାକୁ ବିବାହ କରିଲା ପ୍ରେମିକ …

କୁହାଯାଏ ପ୍ରେମ ହେଉଛି ଶାସ୍ବତ।ପ୍ରେମ ଆଗରେ ଜାତି,ଧର୍ମ,ବର୍ଣ୍ଣ,ଶାରୀରିକ ଅକ୍ଷମତା କି ବୟସ ସବୁ ହାର ମାନେ। ହରିୟାଣା ହିସାରରେ ଦେଖିବାକୁ ମିଳିଛି ଏପରି ଏକ ଘଟଣା। ହିସାରର ଜଣେ ଯୁବକ ଜଣେ ଯୁବତୀଙ୍କୁ ପ୍ରେମ ବିବାହ କରି ସୃଷ୍ଟି କରିଛନ୍ତି ଏକ ନୂଆ ଉଦାହରଣ। ଝିଅଟି ଶାରରୀକ ଅକ୍ଷମ ହୋଇଥିବା ବେଳେ ଅଟେ ପୁଅଟି ସମ୍ପୂର୍ଣ୍ଣ ସ୍ୱସ୍ଥ ଅଟେ।ଝିଅଟିର ବୟସ ୩୨ ବର୍ଷ ହୋଇଥିବାବେଳେ ପୁଅର ବୟସ ୨୫ ବର୍ଷ ଅଟେ ।ସେହିପରି ପୁଅଟିର ଶିକ୍ଷାଗତ ୧୦ମ ପାଶ୍ ଏବଂ ଝିଅଟି ବିଏ ବିଇଡି ପାଶ୍ କରିଛନ୍ତି।ପୁଅଟିର ନାମ ଅମିତ ହୋଇଥିବା ବେଳେ ଝିଅଟିର ନାମ ରାନୁ ଅଟେ।

ଏ ପ୍ରେମ କାହାଣୀ ଆରମ୍ଭ ହୁଏ ଏକ ହସ୍ପିଟାଲରୁ।ଅମିତ ଦିନେ ହସ୍ପିଟାଲ ଯାଇଥିବା ବେଳେ,ରାନୁଙ୍କୁ କିଏ ହସ୍ପିଟାଲରେ ଆଣି ଛାଡି ଦେଇଯାଇଥିଲା।ଅଧିକା ପତ୍ତା ଲଗେଇବାରୁ ଅମିତ ଜାଣିବାକୁ ପାଇଲେ କି ତାଙ୍କ ବାପା ମା ଙ୍କ ମୃତ୍ୟୁ ହୋଇସାରିଛି ଓ ତାଙ୍କୁ ଦେଖାଦେଖି କରିବା ପାଇଁ କେହି ନାହାନ୍ତି । ମେଡିକାଲରେ ଚିକିତ୍ସିତ ହୋଇ ସେ ଠିକ୍ ହୋଇସାରିଛନ୍ତି ।ପରେ ପରେ ଅମିତ୍ ରାନୁ ଙ୍କୁ ରାଜସ୍ଥାନର ଅମରପୁରା ଧାମ ନେଇଗଲା । ରାନୁ ଠିକ୍ ହେବାପରେ ଅମିତ୍ ଯୁବତୀ ସହ ବରବାଲା ଚାଲି ଆସିଲେ ଓ ତାଙ୍କୁ ଯତ୍ନ ନେବାକୁ ଲାଗିଲେ।ବନ୍ଧୁତ୍ବ ପ୍ରେମରେ ପରିଣତ ହେଲା ଓ ଦୁହେଁ ସହମତିରେ ବିବାହ କରିଥିଲେ।

ଅମିତ କୁହନ୍ତି କି ମାତା ପିତା ଏହି ବିବାହରେ ଖୁସି ନାହାନ୍ତି ।କିନ୍ତୁ ସେ ଏହି ବାହାଘର ନିଜ ଇଚ୍ଛାରେ କରିଛନ୍ତି ଏବଂ ଦୁହେଁ ବେଶ ଖୁସି ଅଛନ୍ତି।ଆଜିର ଏହି ସର୍ଟକର୍ଟ ଲଭ ଯୁଗରେ ଅମିତ ଏବଂ ରାନୁ ନୂଆ ଉଦାହରଣ ସୃଷ୍ଟି କରିଛନ୍ତି।

About city connector

Read All Posts By city connector

Leave a Reply

Your email address will not be published. Required fields are marked *