- Recent, Technology

ବିନା ଡାଟାରେ ଚାଲିବ ଇଣ୍ଟରନେଟ୍ ! ଜାଣନ୍ତୁ, କେମିତି ?

Spread the love

 

ବିନା ଡାଟାରେ ଚାଲିବ ଇଣ୍ଟରନେଟ୍ ! ଜାଣନ୍ତୁ, କେମିତି ?

 

ଯଦି ଆପଣ ସ୍ମାର୍ଟଫୋନ ବ୍ୟବହାର କରୁଛନ୍ତି, ତେବେ ଇଣ୍ଟରନେଟ ଚଲାଇବା ପାଇଁ ଆପଣଙ୍କ ଫୋନରେ ଡାଟା ବାଲାନ୍ସ ଜରୁରୀ । ସ୍ମାର୍ଟଫୋନ ବ୍ୟବହାରକାରୀ ଇଣ୍ଟରନେଟ ଚଳାଇବାରେ ଏତେ ପରିମାଣରେ ଅଭ୍ୟସ୍ତ ଯେ, ଇଣ୍ଟରନେଟ ବିନା ସେମାନଙ୍କୁ ବୋରିଂ ଲାଗେ ଏବଂ ସେମାନେ ତୁରନ୍ତ ନିଜ ମୋବାଇଲରେ ଡାଟା ରିଚାର୍ଜ କରିଦେଇଥାନ୍ତି ।

ଯଦି ସ୍ମାର୍ଟଫୋନ ସହିତ ଆପଣ ଲାପଟପ୍ ବ୍ୟବହାର କରୁଥାନ୍ତି, ତେବେ ଆପଣ ଇଣ୍ଟରନେଟ ବ୍ୟବହାର ପାଇଁ ଡଙ୍ଗଲ ବ୍ୟବହାର କରିଥାନ୍ତି । ତେବେ ଆମେ ଆପଣଙ୍କୁ ଏପରି ଏକ ସପ୍ଟୱେୟାର ସଂପର୍କରେ ବତାଇବାକୁ ଚାହୁଁଛୁ, ଯାହା ସାହାଯ୍ୟରେ ଆପଣ ଲାପଟପରେ ୱାଇଫାଇ ହଟସ୍ପଟ ଖୋଲି ଆପଣଙ୍କ ସ୍ମାର୍ଟଫୋନରେ ଇଣ୍ଟରନେଟ ଚଳାଇବାର ମଜା ନେଇପାରିବେ ।

ଲାପଟପରେ ହଟସ୍ପଟ ଖୋଲିବାର ଦୁଇଟି ରାସ୍ତା ରହିଛି । ପ୍ରଥମ ପ୍ରଣାଳୀ ହେଉଛି କୋଡିଂ ଓ ଦ୍ୱିତୀୟ ହେଉଛି ସଫ୍ଟୱେୟାରା । ତେବେ ଆଜି ଆପଣଙ୍କୁ ଆମେ ସପ୍ଟୱେର ଜରିଆରେ କିପରି ଇଣ୍ଟରନେଟ ଖୋଲିବେ ସେ ସଂପର୍କରେ ଜଣାଇବୁ ।

Courtesy: http://www.techlineinfo.com

ପ୍ରଥମ ସୋପାନ

ପ୍ରଥମେ ଆପଣଙ୍କ ଲାପଟପ କିମ୍ବା ସିଷ୍ଟମରେ କନେକ୍ଟିଫାଇ ସଫ୍ଟୱେୟାର ଡାଉନଲୋଡ ଇନଷ୍ଟଲ କରିବାକୁ ପଡିବ । http:// connectify.me ଏହାକୁ ଡାଉନଲୋଡ କରିନ୍ତୁ ।

ଦ୍ୱିତୀୟ ସୋପାନ

ସପ୍ଟୱେୟାରକୁ ଇନଷ୍ଟଲ କରିବା ପରେ ଆପଣଙ୍କୁ ସେଟିଙ୍ଗ ଓ କ୍ଲାଇଂଟସ ଦୁଇଟି ବିକଳ୍ପ ଦେଖାଦେବ । ଏହାପରେ ସେଟିଂ ଟାପରେ Create a Wifi Hotspot ଉପରେ କ୍ଲିକ୍ କରନ୍ତୁ ।

ତୃତୀୟ ସୋପାନ

ଏବେ ଆପଣଙ୍କୁ ଇଣ୍ଟରନେଟ ଶେୟାର ତଳେ ଏକ ଡ୍ରପ୍ ଡାଉନ ମେନ୍ୟୁ ଦେଖାଯିବ ।

ଚତୁର୍ଥ ସୋପାନ

ଏବେ ଯେଉଁ ମେନ୍ୟୁରୁ ଆପଣଙ୍କୁ ୱାଇଫାଇ ଶେୟାର କରିବାକୁ ଅଛି, ସେହି ମେନ୍ୟୁରେ ୱାଇଫାଇ କିମ୍ବା ଡଙ୍ଗଲକୁ ଚୟନ କରନ୍ତୁ ।
ପଞ୍ଚମ ସୋପାନ

ଏଠାରେ ଆପଣଙ୍କୁ ପାସୱାର୍ଡ ସେଟ୍ କରିବା ପାଇଁ ବିକଳ୍ପ ଆସିବ । ଏଠାରେ ପାସୱାର୍ଡ ସେଟ୍ କରିବା ପରେ ହଟସ୍ପଟ ଉପରେ ଆପଣ କ୍ଲିକ୍ କରନ୍ତୁ । ଏହାପରେ ଆପଣଙ୍କ ଲାପଟପରେ ହଟସ୍ପଟ ଖୋଲିଯିବ ।
ତେବେ ଏହା ଏକ ପେଡ୍ ସଫ୍ଟୱେର । ଲଗାତର ଭାବେ ଏହାକୁ ମାତ୍ର ୩୦ ଦିନ ପର୍ଯ୍ୟନ୍ତ ବ୍ୟବହାର କରିପାରିବେ ।

About city connector

Read All Posts By city connector

Leave a Reply

Your email address will not be published. Required fields are marked *