- Breaking, Crime, Local

କଟକ-ପାରାଦୀପ ରାସ୍ତାର ପଥୁରିଆ ନିକଟରେ ମର୍ମନ୍ଦୁତ ସଡକ ଦୁର୍ଘଟଣା !!

Spread the love

କଟକ-ପାରାଦୀପ ରାସ୍ତାର ପଥୁରିଆ ନିକଟରେ ମର୍ମନ୍ଦୁତ ସଡକ ଦୁର୍ଘଟଣା !!

 

କଟକ-ପାରାଦୀପ ରାସ୍ତାର ପଥୁରିଆ ନିକଟରେ ମର୍ମନ୍ଦୁତ ସଡକ ଦୁର୍ଘଟଣା | ସ୍କର୍ପିଓ ଏବଂ ସ୍କୁଟି ମଧ୍ୟରେ ମୁହାଁମୁହିଁ ଧକ୍କା | ଘଟଣାସ୍ଥଳରେ ତିନି ଜଣ ସ୍କୁଟି ଆରୋହୀଙ୍କ ମୃତ୍ୟୁ | ମୃତକ ହେଲେ ପଙ୍କପାଳ ଗ୍ରାମର ପରିକ୍ଷିତ ଶତପଥୀ, ତାଙ୍କର ୧୦ ବର୍ଷର ପୁଅ ଅଭିଷେକ ଏବଂ ଅନ୍ୟଜଣେ ସଂପର୍କିୟ | ସେମାନେ ଏକ ସ୍କୁଟି ସାହାଯ୍ୟରେ କୁଜଙ୍ଗରୁ ଘରକୁ ଫେରୁଥିବା ବେଳେ ଭୁବନେଶ୍ବରରୁ ପାରାଦ୍ବୀପ ଆଡକୁ ଦୃତ ଗତିରେ ଯାଉଥିବା ଏକ ସ୍କର୍ପିଓ ସହିତ ତାଙ୍କର ମୁହାଁ ମୁହିଁ ଧକ୍କା ହୋଇଥିଲା। ଫଳରେ ଘଟଣାସ୍ଥଳରେ ସ୍କୁଟିରେ ଥିବା ତିନିଜଣଙ୍କ ମୃତ୍ୟୁ ହୋଇଥିଲା। ଏହାସହ ସ୍କର୍ପିଓ ଗାଡିଟି ମଧ୍ୟ ରାସ୍ତା କଡକୁ ଓଲଟି ପଡିଥିଲା। ଘଟଣାସ୍ଥଳରେ କୁଜଙ୍ଗ ଆଇଆଇସି ପହଞ୍ଚି ମୃତ ଦେହ ଗୁଡିକ ଜବତକରି ମେଡିକାଲ ପଠାଇଛନ୍ତି। ଏହାସହ ସ୍କର୍ପିଓ ଡ୍ରାଇଭର ସମେତ ୫ ଜଣ ଗୁରୁତରଙ୍କୁ କଟକ ସ୍ଥାନାନ୍ତର କରାଯାଇଛି | ଏହି ଘଟଣାକୁ ନେଇ ସେଠାରେ ଉତେଜନା ଦେଖା ଦେଇଛି। ସ୍ଥାନୀୟ ଲୋକେ କ୍ଷତିପୁରଣ ଦାବିକରି ଟାୟାର ଜାଳି କଟକ-ପାରାଦୀପ ରାସ୍ତା ଅବରୋଧ କରିଛନ୍ତି |

About city connector

Read All Posts By city connector

Leave a Reply

Your email address will not be published. Required fields are marked *