- Crime, National

ମାତ୍ର ୧୬ବର୍ଷ ବୟସରେ ୧୦୦ଜଣ ଲୁଟିଛନ୍ତି ମୋ ଇଜ୍ଜତ…

Spread the love

ମାତ୍ର ୧୬ବର୍ଷ ବୟସରେ ୧୦୦ଜଣ ଲୁଟିଛନ୍ତି ମୋ ଇଜ୍ଜତ…

ଲଣ୍ଡନ:ଉପରୋକ୍ତ ଲାଇନ ପଢିଲା ବେଳେ ଆପଣଙ୍କୁ ଅବିଶ୍ବାସ ଲାଗୁଥାଇପାରେ କଥାଟି।କିନ୍ତୁ ଏହା ସତ୍ୟ ଅଟେ।ହଁ ଆଜ୍ଞା, ବ୍ରିଟେନ୍‌ର ଶେଫିଲ୍‌ଡ୍ କ୍ରାଉନ୍‌ କୋର୍ଟରେ ଯୌନ ନିର୍ଯାତନା ମାମଲାର ଶୁଣାଣି ଚାଲିଥିବା ବେଳେ ଏଭଳି ଏକ ଲୋମହର୍ଷଣକାରୀ ଘଟଣା ସାମ୍ନାକୁ ଆସିଛି।ଯାହା ଜଣେ ସୁସ୍ଥ ମଣିଷ କଲିଜା ଥରେଇଦେବ। ଜଣେ ୧୬ ବର୍ଷୀୟ ପୀଡ଼ିତା ସମସ୍ତଙ୍କ ଆଗରେ ତାଙ୍କ ସହ ଘଟିଥିବା ବର୍ବରତାର ବୟାନ କରିଛନ୍ତି। ଯୁବତୀଙ୍କ କହିବା ଅନୁଯାୟୀ ୧୯୯୮ରୁ ୨୦୦୧ ଯାଏ ସେ ଯୌନ ପିପାଶିଙ୍କର ଶିକାର ହୋଇଥିଲେ। ମାତ୍ର ୧୩ ବର୍ଷ ବୟସରୁ ହିଁ ତାଙ୍କୁ ଯୌନ ବ୍ୟଭିଚାରର ଶିକାର ହେବାକୁ ପଡ଼ିଥିଲା।ଏବଂ ୧୬ ବର୍ଷ ବେଳକୁ ସେ ଏଭଳି ୧୦୦ ଜଣ ପଶୁଙ୍କ ଅତ୍ୟାଚାରର ଶୀକାର ହୋଇ ସାରିଥିଲେ। ଏପରି କି ମାତ୍ର ୧୫ ବର୍ଷ ବୟସରେ ସେ ଗର୍ଭବତୀ ମଧ୍ୟ ହୋଇଥିଲେ।

ଲଣ୍ଡନର ଶେଫିଲ୍‌ଡ୍ କ୍ରାଉନ୍‌ କ୍ରାଉନ୍‌ କୋର୍ଟରେ ଏସିଆର ୮ ଜଣ ବ୍ୟକ୍ତି ୫ ଜଣ ଝିଅଙ୍କୁ ୧୯୯୮ରୁ ୨୦୦୩ ଯାଏ ଯୌନ ନିର୍ଯାତନା ଦେଇଥିବା ଘଟଣାରେ ଶୁଣାଣି ବେଳେ ପୀଡ଼ିତା ଜଣଙ୍କ ଭିଡିଓ କନଫରେନ୍ସିଂ ଜରିଆରେ ନିଜ ସହ ଘଟିଥିବା ଅମାନୁଷିକ ଘଟଣା ସମ୍ପର୍କରେ ବର୍ଣ୍ଣନା କରିଛନ୍ତି।

ଖବର ଅନୁଯାୟୀ ବ୍ରିଟେନ୍‌ରେ ରୋଥରହାମ୍‌ ଗ୍ରୁମିଂ ଯୌନ କେଳେଙ୍କାରୀ ଘଟଣା ପରେ ଆରମ୍ଭ ହୋଇଥିଲା ‘ଅପରେସନ୍‌ ଷ୍ଟୋଭଉଡ୍‌’ । ଏହି ସମୟରେ ୮ ଜଣ ଯୌନ ବ୍ୟଭିଚାରୀଙ୍କୁ ଗିରଫ କରିଥିଲା ପୋଲିସ।

ଯୁବତୀ ଜଣଙ୍କ କହିଛନ୍ତି, ମୋ ବୟସ ୧୬ ହେବା ବେଳକୁ ମୁଁ ପାଖାପାଖି ୧୦୦ ଜଣ ପୁରୁଷଙ୍କ ଦ୍ୱାରା ଯୌନ ନିର୍ଯାତନାର ଶୀକାର ହୋଇସାରିଥିଲି। କିଛି ପୁରୁଷ ବାରମ୍ବାର ମୋ ପାଖକୁ ଆସୁଥିବା ବେଳେ ଆଉ କିଛି ବ୍ୟକ୍ତି ଥରଟିଏ ଆସିଛନ୍ତି। ଯେଉଁ ପୁରୁଷମାନେ ଥରେ ଆସୁଥିଲେ ସେମାନଙ୍କୁ ମନେ ରଖିବା ମୋ ପାଇଁ କଷ୍ଟସାଧ୍ୟ ଥିଲା ବୋଲି ଝିଅ ଜଣଙ୍କ କହିଛନ୍ତି।

ଯୌନ ବ୍ୟଭିଚାର ଘଟଣାରେ ଅଭିଯୁକ୍ତ ଥିବା ତନ୍‌ୱେର ଅଲ୍ଲୀ (୩୭) ଓ ମହମ୍ମଦ ଅଲ୍ଲୀ ଅଖତର୍‌(୩୭) ଉଭୟ ୧୯୯୮ରୁ ୨୦୦୧ ଯାଏ ଝିଅଟିକୁ ଯୌନ ନିର୍ଯାତନା ଦେଇଥିଲେ। ଏହି ସମୟରେ ଉଭୟ କୋର୍ଟରେ ମଧ୍ୟ ଉପସ୍ଥିତ ଥିଲେ। ଏହି ସମୟରେ ଅଲ୍ଲୀ ଓ ଅଖତରଙ୍କୁ ଯଥାକ୍ରମେ ୧୭ ଓ ୨୦ ବର୍ଷ ହୋଇଥିଲା।

ପ୍ରଥମରୁ ଯୁବତୀ ଜଣଙ୍କ ଅଲ୍ଲୀ ଓ ଅଖତରଙ୍କୁ ପସନ୍ଦ କରୁ ନଥିଲେ।ତେବେ ପରେ ପରେ ଉଭୟଙ୍କ ସହ ଯୁବତୀ ଜଣଙ୍କ ସମ୍ପର୍କ ରଖିବା ଆରମ୍ଭ କରିଥିଲେ।୧୪ ବର୍ଷରେ ଝିଅ ଜଣଙ୍କ ଗର୍ଭବତୀ ହୋଇଥିଲେ ଏବଂ ୧୫ ବର୍ଷ ବୟସରେ ଶିଶୁଟିଏ ଜନ୍ମ କରିଥିଲେ।ତେବେ ଗର୍ଭବତୀ ଥିବା ବେଳେ ମଧ୍ୟ ଅଲ୍ଲୀ-ଅଖତର ତାଙ୍କ ସହ ଶାରିରୀକ ସମ୍ପର୍କ ରଖି ଚାଲିଥିଲେ।

ପୀଡ଼ିତା ଜଣଙ୍କ ଅଲ୍ଲୀ-ଅଖତର କେମିତି ତାଙ୍କ ଭଉଣୀଙ୍କ ସହ ମଧ୍ୟ ଶାରିରୀକ ସମ୍ପର୍କ ରଖିଥିଲେ ସେକଥା ମଧ୍ୟ କୋର୍ଟରେ କହିଛନ୍ତି।

ଅଲ୍ଲୀ ଓ ଅଖତରଙ୍କ ସମେତ ସାଲାହ-ଇ-ହାକମ୍‌(୩୯), ନବେଲ୍‌ ଖୁର୍ସିଦ(୩୪), ଇକ୍‌ଲାକ ୟୁସୁଫ୍‌(୩୪), ଅଜମଲ୍‌ ରଫିକ୍‌(୩୮) ଓ ଅସିଲ ଅଲ୍ଲୀ(୩୩) ୫ ଜଣ ଝିଅଙ୍କୁ ଯୌନ ବ୍ୟଭିଚାରରେ ଫସାଇଥିବା ଜଣାପଡ଼ିଛି।

About subhransu

Read All Posts By subhransu

Leave a Reply

Your email address will not be published. Required fields are marked *