- Breaking, Editorial, Local, Stories

ଜଣେ ସାଧାରଣ ଚା ବିକାଳି !!

Spread the love

ସେ ଜଣେ ସାଧାରଣ ଚା ବିକାଳି !!

ସେ ଜଣେ ସାଧାରଣ ଚା ବିକାଳି | କିନ୍ତୁ ଅସାଧାରଣ ତାଙ୍କ କାର୍ଯ୍ୟଶୈଳୀ | ରାକ୍ଷୀ ପୂର୍ଣ୍ଣିମା ସନ୍ଧ୍ୟାରେ କେନ୍ଦ୍ରାପଡ଼ା ପୁରୁଣା ବସ୍ ଷ୍ଟାଣ୍ଡ ଠାରେ ତାଙ୍କୁ ଭେଟିଲି | ଦୁଇଟି ଚା କେଟିଲ ସହିତ ସେ ନିଜ ସାଇକେଲ ରେ ଟାଙ୍ଗିଥିଲେ ଏକ ଡ଼ଷ୍ଟବିନ୍ | ଚା ପିଉଥିବା ବ୍ୟକ୍ତି ନିଜ ଅଇଁଠା ଗ୍ଲାସ କୁ ଏଣେତେଣେ ନ ପକାଇ ସେହି ଡ଼ଷ୍ଟବିନ୍ ରେ ପକାଇବା ପାଇଁ ଏହି ବ୍ୟବସ୍ଥା | ମୁର୍ଶିଦାବାଦ ରୁ ଆସି ଏଠାରେ ଚା ବିକି ଗୁଜୁରାଣ ମେଣ୍ଟାଉ ଥିବା ଭାଗ୍ଯଧର ମଣ୍ଡଳ ଜଣେ ବୁଲା ବିକାଳୀ | ସେ ଗ୍ରାହକ ହାତକୁ ଚା ଦେଇ ଆଗକୁ ବଢିବା କଥା | ଅଇଁଠା ଚା ଗ୍ଲାସ ଦାୟିତ୍ଵ ନେବା ପାଇଁ ସେ ବାଧ୍ୟ ନୁହଁନ୍ତି | କିନ୍ତୁ ଗ୍ରାହକ ଚା ପି ସାରିବା ପର୍ଯ୍ୟନ୍ତ ସେ ଅପେକ୍ଷା କରନ୍ତି ଓ ଅଇଁଠା ଗ୍ଲାସ୍ ସାଙ୍ଗରେ ନେଇଯାଆନ୍ତି | ସହରର ସ୍ଵଚ୍ଛତା ଓ ସମାଜ ପ୍ରତି ନିଜ ଦାୟିତ୍ଵବୋଧ କେତେ ତାହା ପ୍ରମାଣିତ କରିଛନ୍ତି ଭାଗ୍ଯଧର | ଏତିକି ମହତ୍ ପଣିଆ କାହିଁକି ଆମ ପାଖରେ ନଥାଏ କେଜାଣି????

About city connector

Read All Posts By city connector

Leave a Reply

Your email address will not be published. Required fields are marked *