- Local, Recent

ଧର୍ମରୁ ଊର୍ଦ୍ଧ୍ୱରେ ମାନବିକତା !!

Spread the love

ଧର୍ମରୁ ଊର୍ଦ୍ଧ୍ୱରେ ମାନବିକତା !!

ଆଜି ସକାଳର ଘଟଣା –
ପ୍ରତ୍ୟେକଦିନ ଭଳି ଆଜି ସକାଳ ସାଢେ ଛ’ରୁ ସାତଟା ଭିତରେ ମୁଁ ନଅ ନମ୍ବରରୁ କେଶରୀ ଟକିଜ୍ ଆଡକୁ ଗଲାବେଳକୁ ଚାରି ନମ୍ବର ରାସ୍ତାପାଖ ମସଜିଦର ଟିକେ ଆଗକୁ ଅର୍ଥାତ୍ ହୋଟେଲ୍ ପ୍ରିୟା ଗଳିର ଠିକ୍ ସାମ୍ନାରେ କିଛି ମୁସଲମାନ ଭାଇ ଗୋଟେ ଗାଈକୁ ଘେରି ରହିଥିବା ଦେଖି ମୁଁ ଚମକି ପଡିଥିଲି।ସକାଳ ସମୟ। ରାସ୍ତା ଫାଙ୍କା।ମନରେ ଅନ୍ୟକିଛି ଭାବନା ଆସିବା ଆଗରୁ ମୁଁ ଯାଇ ସେଠି ପହଂଚିଲି। ଦେଖିଲି ଗାଈଟି ଆକ୍ସିଡେଣ୍ଟ ହେଇ ପଡିରହିଛି।ପଛଗୋଡରେ ଜୋର୍ ଆଘାତ ଲାଗିଛି।ଦେହସାରା ଛିଡିମିଡି ଯାଇଛି। କ୍ଷତସ୍ଥାନରୁ ରକ୍ତ ବୋହୁଛି ଇତ୍ୟାଦି।ଯାଇ ଦେଖିଲି,ପାଖ ମସଜିଦରୁ ଆସି କିଛି ମୁସଲମାନ ଭାଇ ଗାଈଟିର ସେବାଶୁଶ୍ରୂଷା କରୁଛନ୍ତି।ବାଲତିରେ ପାଣିଆଣି ଗାଈଟିର ମୁହଁରେ ଦେଉଛନ୍ତି।ଦୁଇତିନିଜଣ ହିନ୍ଦୁଭାଇ ବି ସେଠି ଉପସ୍ଥିତ ରହି ଏଥିରେ ସାହାଯ୍ୟ କରୁଥାନ୍ତି। ବାଇକରୁ ଓହ୍ଲେଇ ମୁଁ ବି ଏ କାମରେ ଲାଗିଗଲି।ସମସ୍ତେ ମିଶି ରାସ୍ତା ମଝିରୁ ଗାଈଟିକୁ ଟେକିଟେକି ନେଇ ପାଖ ଗଛମୂଳକୁ ନେଲୁ। ଖବରପାଇ ଜଣେ ସ୍ୱେଚ୍ଛାସେବୀ ଗୋ-ଚିକିତ୍ସକ ଆସି ସେଠାରେ ପହଂଚି ତାଙ୍କ କାମ ବି ଆରମ୍ଭ କରିଦେଲେ।ଗାଈର ଗୋଡ ବ୍ୟାଣ୍ଡେଜ୍ ହେଲା।କ୍ଷତସ୍ଥାନରେ ମଲମ ଲଗାଗଲା।ସେତେବେଳକୁ ରାସ୍ତା ଭିଡ ହେବାକୁ ଆରମ୍ଭ କଲାଣି, କିନ୍ତୁ ରହିବାଠାରୁ ଖାଲି ଅନେଇ ପଳେଇବା ଲୋକଙ୍କ ସଂଖ୍ୟାଥିଲା ଅଧିକ।ପୁଣି ଯେଉମାନେ ରହୁଥାନ୍ତି ସେମାନଙ୍କ ପାଇଁ ଗାଈକୁ ମୁସଲମାନମାନେ ଘେରିରହିବା ଥିଲା ବଡ ଆକର୍ଷଣ।ଘଟଣା କ’ଣ ଜାଣିବାପରେ ସେମାନେ ବି ପଳେଇଯାଉଥାନ୍ତି।ୟା’ ଭିତରେ ଆଉଜଣେ ଗୋ-ଚିକିତ୍ସକ ଆସିସାରିଥାନ୍ତି ଏବଂ ସେମାନେ ଗାଈଟିର ଚିକିତ୍ସା ଦାୟିତ୍ୱ ନେବାପରେ ମୁଁ ସେହି ଜାଗା ଛାଡିଥିଲି।କିନ୍ତୁ ସେପର୍ଯ୍ୟନ୍ତ ସେହି ମୁସଲମାନ ଭାଇମାନେ ସେମିତି ଗାଈଟିକୁ ଘେରି ତା’ର ଚିକିତ୍ସା କାର୍ଯ୍ୟ ଦେଖୁଥାନ୍ତି।ଫେରିବାବେଳେ ମୁଁ କେବଳ ଏତିକି ଭାବୁଥାଏ, ତଥାପି ମାନବିକତା ବଂଚିଛି ! ଜାତି, ଧର୍ମ,ଭକ୍ଷଣ,ରକ୍ଷଣର ଊର୍ଦ୍ଧ୍ୱରେ ଏ ମାନବିକତା। ମାନବିକତାର ଜୟ ହେଉ।

About city connector

Read All Posts By city connector

Leave a Reply

Your email address will not be published. Required fields are marked *